- Fresh Animes

ପ୍ରଥମ ବିଶ୍ଵଯୁଦ୍ଧ

ଫୁଲବାଣୀ: ଫୁଲବାଣୀ ସ୍ଥିତ ଜିଲ୍ଲା କାରାଗାରର ଜଣେ ବିଚାରାଧୀନ କଏଦୀଙ୍କର ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ୍ୟୁବରଣ କରିଥିବା କଏଦୀଙ୍କ ନାମ ମୃତ୍ୟୁଞ୍ଜୟ କହଁର। ତାଙ୍କ ଘର ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ଜାରକିକେତା ଗ୍ରାମରେ ବୋଲି ଜଣାପଡ଼ିଛି। ତେବେ ତାଙ୍କୁ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ କରି ତାଙ୍କ ପରିବାର ଲୋକ ଏବଂ ଗ୍ରାମବାସୀମାନେ କ୍ଷତିପୂରଣ ଦାବିରେ ଆଜି ଗୋଚ୍ଛାପଡ଼ା ଥାନା ସମ୍ମୁଖରେ ମୃତଦେହକୁ ରଖି ଧାରଣା ଦେବା ସହିତ ଗୋଚ୍ଛାପଡ଼ା ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।

ସୂଚନା ଅନୁସାରେ ଗତବର୍ଷ ନଭେମ୍ବର ମାସରେ ମୃତ୍ୟୁଞ୍ଜୟ କହଁରଙ୍କୁ ଗୋଚ୍ଛାପଡ଼ା ଥାନା ପୁଲିସ ଏକ ଏନଡିପିଏସ୍ ମାମଲାରେ ଗିରଫ କରିଥିଲା ଏବଂ ସେହି ମାମଲାରେ ସେବେଠାରୁ ସେ ଫୁଲବାଣୀ ଜିଲ୍ଲା କାରାଗାରରେ ବିଚାରାଧୀନ କଏଦୀ ଭାବେ ରହିଥିଲେ। କିନ୍ତୁ ଗତମାସ ୧୬ ତାରିଖ ଦିନ ତାଙ୍କ ସେ ଅସୁସ୍ଥ ହେବାରୁ ତାଙ୍କୁ କାରାଗାରର କର୍ମଚାରୀ ପ୍ରଥମେ ଫୁଲବାଣୀ ମେଡିକାଲ ଓ ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଗତକାଲି ତାଙ୍କ ପରିବାର ଲୋକ ମୃତଦେହକୁ ବ୍ରହ୍ମପୁରରୁ ଆଣିବା ପରେ ଆଜି ସକାଳୁ ତାଙ୍କ ପରିବାର ଲୋକଙ୍କୁ ଉଚିତ କ୍ଷତିପୂରଣ ଦାବି କରି ଗ୍ରାମବାସୀମାନେ ଗୋଛାପଡ଼ା ରାସ୍ତା ଅବରୋଧ କରିଛନ୍ତି।
Newest
You are reading the newest post

Top of the week

Action Movies

Comedy Movies

Animation Movies